ନୂଆ ରୂପରେ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,ଏନ୍ଏନ୍ଏସ୍: ମନ୍ଦିରମାଳିନୀ ସହରର ପ୍ରମୁଖ ଧାର୍ମିକ ସ୍ଥଳ ଲିଙ୍ଗରାଜ ମନ୍ଦିର ଏବେ ନୂଆ ରୂପରେ। ମନ୍ଦିର ପରିସରର ମନଲୋଭା ପରିବେଶ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ବେଶ୍ ଆକୃଷ୍ଟ କରିଛି। ମନ୍ଦିର ମୁଖ୍ୟ ଦୁଆରରୁ ବିନ୍ଦୁ ସାଗର ସରୋବର ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି।

ଲିଙ୍ଗରାଜ ମନ୍ଦିରକୁ ବିଶ୍ୱବ୍ୟାପୀ ପରିଚୟ ଦେବାପାଇଁ ରାଜ୍ୟ ସରକାରଙ୍କ ନେତୃତ୍ୱରେ ଆରମ୍ଭ ଅଭିଯାନ। ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ତେବେ ବିଭିନ୍ନ ପର୍ବପର୍ବାଣୀରେ ହଜାର ହଜାର ଭକ୍ତ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ମନ୍ଦିର ବାହାରେ ଭକ୍ତଙ୍କ ରହଣୀ ଓ ଖାଦ୍ୟପେୟ ଉପରେ ସେପରି ସ୍ୱତନ୍ତ୍ର ବ୍ୟବସ୍ଥା ନଥିଲା। ତେବେ ଶେଷରେ ପରିସରରେ ଉଚ୍ଛେଦ ଜୋନରେ ଥିବା ଦୋକାନ ବଜାର ଓ ଘରକୁ ଭଙ୍ଗାଯାଇଥିଲା। ମନ୍ଦିର ନିକଟରେ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାଲାଗି ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ଆଗାମୀ ମହାଶିବରାତ୍ରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି।