କାହିଁକି ଶ୍ରୀମନ୍ଦିର ଢାଞ୍ଚା : ଆଇନ ହେଲେ କଣ ଲାଭ?

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀମନ୍ଦିରରେ ୧୯୫୪ରେ ସ୍ୱତନ୍ତ୍ର ଆକ୍ଟ ହୋଇଥିଲା । ଏହି ଆଇନ ହେବା ପୂର୍ବରୁ ଗଜପତି ମହାରାଜାଙ୍କ ଅଧୀନରେ ଶ୍ରୀମନ୍ଦିର ପରିଚାଳନା ରହିଥିଲା । ତେଣୁ ଯାନୀଯାତ୍ରା ପାଳନ ଠିକ ଭାବେ ହୋଇ ପାରୁ ନଥିଲା କି ଆର୍ଥିକ ଦୁଃସ୍ଥିତି କାରଣରୁ ମନ୍ଦିର ପରିଚାଳନା ଭଲ ଭାବେ ହୋଇ ପାରୁ ନ ଥିଲା। ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ନିଜ ଅଧୀନକୁ ନେଇ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରୀ ପରେ ଅନେକ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିଛି । ଶ୍ରୀମନ୍ଦିର ବାର୍ଷିକ ବଜେଟ ୧୦୦ କୋଟି ବି ସମ୍ଭବ ହୋଇଛି ।
ସ୍ୱତନ୍ତ୍ର ଆଇନ ହେଲେ ମନ୍ଦିର ପରିଚାଳନା ଶୃଙ୍ଖଲିତ ହେବ ଓ ରାଜ୍ୟ ସରକାର ସଠିକ ନିଷ୍ପତ୍ତି ନେଇଛନ୍ତି ବୋଲି ପୂର୍ବତନ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳକ ରାଜୀବଲୋଚନ ପରିଡା ମତ ଦେଇଛନ୍ତି । ଶ୍ରୀମନ୍ଦିର ଉପ ପରିଚାଳକ ତଥା ବିଶିଷ୍ଟ ଗବେଷକ ଭାସ୍କର ମିଶ୍ର କହିଥିଲେ, ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆଇନ ହେବା ଜରୁରୀ । କାରଣ ମନ୍ଦିର ପରିଚାଳନା ପାଇଁ କମିଟି ହେବ ଓ ଦୈନନ୍ଦିନ ଖର୍ଚ୍ଚର ଅଡିଟ କରାଯିବ । ବର୍ଷ ସାରା ଯାନିଯାତ୍ରା ଶୃଙ୍ଖଳିତ ହୋଇ ପାରିବ।