ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟ କରଣ ପାଇଁ ଗତ ୨ ମାସ ତଳେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କରୋନା ଲକଡାଉନ ଯୋଗଁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଆଜି ଏହି ଉଚ୍ଛେଦ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଛି। ଦୀର୍ଘ ଅଢେଇ ମାସ ପରେ ଏକାମ୍ର କ୍ଷେତ୍ର ଉନ୍ନତିକରଣ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଉଚ୍ଛେଦ କାର୍ୟ୍ୟ। ଯେଉଁମାନେ ପ୍ରଶାସନକୁ ଜମି ହସ୍ତାନ୍ତର କରିଛନ୍ତି ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ଉଚ୍ଛେଦ କରୁଛି ବିଏମସି। ଅନ୍ୟପଟେ ଆଜି ପୁରୀରେ ମଧ୍ୟ ସମାନ ଢ଼ଙ୍ଗରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।