ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଲିଙ୍ଗରାଜ ମନ୍ଦିରକୁ ଶ୍ରଦ୍ଧାଳୁ ମନା। କିଛି ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ସେବାୟତଙ୍କ ଦ୍ୱାରା ରଥ ଟଣା ହେବ। ମନ୍ଦିର ପ୍ରଶାସନ ରଥଯାତ୍ରା ପରିଚାଳନା କରିବେ।