ବଜ୍ରପାତ ନେଲା ୭ ଜୀବନ

ଭୁବନେଶ୍ୱର : ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ାରେ ଜଣେ ନାବଳକ ମୃତ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ କାଠଗଡ଼ା ପଂଚାୟତ ବିଶ୍ରାମୁଣ୍ଡା ପଡ଼ିଆ ନିକଟରୁ ଜଣେ ମୃତ। କେନ୍ଦ୍ରାପଡ଼ା ମହାକଳାପଡ଼ା ପଂଚାୟତ ବାରଡ଼ାଙ୍ଗ ଗାଁ’ରେ ଜଣେ। ସେହିପରି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ବରଗୁଡ଼ିପଡ଼ାରେ ଗାଈ ସହ ମାଲିକ ମୃତ। ଢ଼େଙ୍କାନାଳରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ଉଭୟ ମହିଳା ଦାଣ୍ଡ ପିଣ୍ଡାରେ ବସିଥିଲେ। ସେହିପରି ସଦରଥାନା ରଇଡିହିରେ ଜଣେ ଓ ଦଣ୍ଡାରଗଡ଼ିରେ ଜଣେ ମହିଳା ମୃତ। କଟକ ଜିଲ୍ଲା ଟାଙ୍ଗୀ ବ୍ଳକ୍ ସଫା ପଂଚାୟତ ସୁଆରୀ ଗାଁ’ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।