ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଆଳି,ଏନ୍ଏନ୍ଏସ୍: ସୋମବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚୁନବନ୍ଧ ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ଆଳି ବ୍ଲକ୍ ବାଳକାଟି ପଞ୍ଚାୟତ ଚୁନବନ୍ଧ ଗ୍ରାମର ଭରତ ବେହେରା ଓ ପର୍ଶୁରାମ ମଲିକ ଦୁହେଁ ବିଲରୁ ଆସୁଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସେମାନେ ପଡିଯିବା ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆଳି ମେଡିକାଲ ଆଣିବା ପରେ ଡାକ୍ତର ଭରତକୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ଆହତ ହୋଇଥିବା ପର୍ଶୁରାମକୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।