ଆଠଗଡ,ଏନ୍ଏନ୍ଏସ୍ : କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ଗ୍ରାମ ପଞ୍ଚାୟତର ଅମୃତମଣୋହିପାଟଣା ଗ୍ରାମରେ ବୁଧବାର ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ଭିକାରୀ ଚନ୍ଦ୍ର ବିଶ୍ୱାଳଙ୍କ ପୁଅ ତୁଷାର ବିଶ୍ୱାଳ(୨୨)। ଗୁରୁତର ତିନି ଜଣ ହେଉଛନ୍ତି ରଜତ ରାଉତ(୩୦), ଜ୍ଞାନରଂଜନ ରାଉତ(୩୫) ଏବଂ ସୁନୀଲ କୁମାର ଗାନ୍ଧିଆ (୨୧)। ଆହତମାନଙ୍କୁ ଆଠଗଡ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।