ବଜ୍ରପାତରେ ୨ ମହିଳା ମୃତ

କାମାକ୍ଷାନଗର,ଏନ୍ଏନ୍ଏସ୍ : ବଜ୍ରପାତରେ ୨ ମହିଳାଙ୍କ ମୃତ୍ୟୁ। ଘଟଣାଟି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କରଡ଼ାପାଳ ଗାଁ’ରେ ଘଟିଛି। ଧାନ ପେଷିବାକୁ ଯାଉଥିବାବେଳେ ଉପରୁ ପଡ଼ି ବଜ୍ର। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ଲୋକେ ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଉଭୟ ମୃତକଙ୍କ ପରିଚୟ ମିଳିପାରି ନାହିଁ।