କାଳବୈଶାଖୀର ତାଣ୍ଡବ; ଚାଳିଗଲା ୨ ମହିଳାଙ୍କ ଜୀବନ

କେନ୍ଦୁଝର/ଝୁମ୍ପୁରା,ଏନ୍ଏନ୍ଏସ୍ : ଆଜି ଅପରାହ୍ଣରେ କାଳବୈଶାଖୀ ବର୍ଷା ଓ ବଜ୍ରାଘାତ କାରଣରୁ ୨ ଜଣ ମହିଳା ମୃତ୍ୟୁ ବରଣ କରିଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲାରେ। ମୃତ ୨ ମହିଳାଙ୍କ ନାମ ରାଣ୍ଡ ମୁଣ୍ଡା(୩୫) ଓ ଉର୍ମିଳା ମୁର୍ଦି(୪୪) ଗୁରୁତର ମହିଳା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଝୁମ୍ପୁରା ଥାନା ଅନ୍ତର୍ଗତ ନାରଦପୁର ଗ୍ରାମପଞ୍ଚାୟତ ସରୁପତଲା ଗ୍ରାମର ରାଣ୍ଡ ମୁଣ୍ଡା(୩୫) ଅପରାହ୍ଣରେ ନିଜ ଘର ନିକଟରେ ଥିବା ଚାଷ ଜମିକୁ ଗୋବର ନେଇ ଯାଇଥିବାବେଳେ ବଜ୍ରାଘାତ ହୋଇଥିଲା । ସେ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଝୁପୁରା ଡାକ୍ତଖାନା ଅଣାଯ।।ଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଚମ୍ପୁଆ ଥାନା ବଳଭଦ୍ରପୁର ଗ୍ରାମର ଦୁଇ ଜଣ ମହିଳା ସ୍ଥାନୀୟ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରିବା ବାଟରେ ବଜ୍ରାଘାତ ହୋଇଥିଲା ଫଳରେ ଉର୍ମିଳା ମୁଦି(୪୪)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସାଙ୍ଗରେ ଥିବା ଯାତ୍ରୀ ମହାକୁଡ଼(୪୫)ଙ୍କୁ ଗୁରୁତ୍ୱର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶଯୋଗ୍ୟ, ଆଜି ଅପରାହ୍ଣରେ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ହୋଇଥିବା ଜଣା ପଡ଼ିଛି ।