ବଜ୍ରାଘାତରେ ମହିଳା ମୃତ

ଝାରସୁଗୁଡ଼ା, ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଯାଏସିନୀ ମୁଣ୍ଡା (୪୨)। ମଙ୍ଗଳବାର ଅପରାହ୍ଣରେ ଯାଏସିନୀ ଗ୍ରାମର ଅନ୍ୟଜଣେ ମହିଳାଙ୍କ ସହ ବିଲରୁ ଫେରୁଥିବାବେଳେ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ଯାଏସୀନି ଘଟଣାସ୍ଥଳରେ ହିଁ ଟଳି ପଟିଥିଲେ। ତାଙ୍କୁ ତୁରନ୍ତ ଲଖନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।