ଏହି ୪ ଟି ଉପାୟ ରୋଗ ପ୍ରତିରୋଧ ଶକ୍ତିକୁ କରିଥାଏ ଆହୁରି ମଜଭୁତ

ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରିଛି ମହାମାରୀ କରୋନା। ଏହି ରୋଗରେ ପୀଡିତ ହୋଇ ଲକ୍ଷ୍ୟଲକ୍ଷ୍ୟ ଲୋକଙ୍କ ପ୍ରାଣହାନୀ ହୋଇସାରିଥିବାବେଳେ ଏହାର ପ୍ରତିଷେଧକ ଟିକା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ। ଏହି କ୍ଷେତ୍ରରେ କୋଭିଡ-୧୯ ନିୟମ ମାନି ଚଳିବା ଯେତିକି ଜରୁରୀ ନିଜକୁ ସୁସ୍ଥ ରଖିବା ପାଇଁ କିଛି ସହଜ ଉପାୟ ଅବଲମ୍ବନ କରିବା ସେତିକି ଦରକାର। ବର୍ତ୍ତମାନ ସମୟରେ କରୋନାରୁ ବଞ୍ଚିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବହୁତ ଜରୁରୀ ହୋଇପଡିଛି। ତେବେ ନିମ୍ନଲିଖିତ ଏହି ସହଜ ୪ ଟି ଉପାୟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିଙ୍କୁ ଆହୁରି ମଜଭୁତ କରିବ।

image source by google

୧- ତାଜା ପନିପରିବା
ଆପଣ ଖାଉଥିବା ଖାଦ୍ୟରେ ପ୍ରତିଦିନ ଅଧିକ ପରିମାଣରେ ତାଜା ପନିପରିବା ସାମିଲ କରନ୍ତୁ। କାରଣ ଏହି ଖାଦ୍ୟଗୁଡିକ ସହଜରେ ହଜମ ହୋଇଥାଏ। ଫଳରେ ରୋଗପ୍ରତିରୋଧକ ଶକ୍ତିକୁ ଆହୁରି ମଜଭୁତ ହୋଇଥାଏ। ବର୍ତ୍ତମାନ ସମୟରେ ଡବା ପ୍ୟାକେଟ ଖାଦ୍ୟ ଠାରୁ ଦୂରେଇ ରହିଲେ ଭଲ। କାରଣ ଡବାରେ ପ୍ୟାକ ହୋଇଥିବା ଖାଦ୍ୟ ସହଜରେ ହଜମ ହୋଇନଥାଏ। ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ।


୨- ପ୍ରତିଦିନ ସକାଳୁ ୧୦ ମିନିଟ ଖରା
ଆମ ଶରୀରକୁ ସୁଚାର ଭାବେ ସଞ୍ଚାଳନ କରିବାରେ ଖରାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଅନେକ ଲୋକ ଭାବନ୍ତି ଖରାରୁ ଯେତେ ଦୂରେଇ ରହିଲେ ଭଲ। କିନ୍ତୁ ଖରାରରେ ଥିବା ଭିଟାମିନ୍ ଡି- ଆମ ଶରୀରକୁ ନିରୋଗ ରଖିବାରେ ସହାୟକ ହୋଇଥାଏ। ପ୍ରିତିଦିନ ସକାଳୁ ୫ରୁ ୧୦ ମିନିଟ ଖରା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ପ୍ରଗିତିଶୀଳ କରିଥାଏ। ଏଥିପାଇଁ ସକାଳୁ ଖରା ନିହାତି ଦରକାର।

୩- ନିୟମିତ  ଫଳ ଆହାର

ଖଟା ଫଳ ଆମ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତିକୁ ଦୃଢ କରିବାରେ ସହାୟକ ହୋଇଥାଏ। ଖଟା ଫଳରେ ଭିଟାମିନ ସି ଭରପୁର ମାତ୍ରାରେ ଥାଏ। ଭିଟାମିନ ସି ଶରୀରରେ ଧଳା କୋଶିକାକୁ ନିର୍ମାଣ କରିଥାଏ। ଯାହା ବାହାର ସଂକ୍ରମଣଠାରୁ ଶରୀରକୁ ବଞ୍ଚାଇଥାଏ। କମଳା, ଲେମ୍ବୁ କିୱି ଆଦି ଫଳରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ।

 

୪- କାଡା

ଆମ ରୋଷେଇ ଘରେ ଥିବା ମସଲା ଆମ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ପାଇଁ ଯଥେଷ୍ଟ। ଆମ ଖାଦ୍ୟ ପଦାର୍ଥରୁ ଆମେ ରୋଗ ପ୍ରତିଷେଧକ ବଢାଉଥିବା କାଡ଼ା ପ୍ରସ୍ତୁତ କରିପାରିବା। କଳା ମରିଚ, ମେଥୀ ଦାନା, ହଳଦୀ, ଅଦା, ଇଲାଇଚି, ଡାଲଚିନି ଏବଂ ଲବଙ୍ଗରୁ କାଡା ପ୍ରସ୍ତୁତ କରିପାରିବା।