ପୁରୀରେ କୋଭିଡ କଟକଣା ବଳବତ୍ତର ରଖିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେଉଛି। ଫଳରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାରେ କୋଭିଡ କଟକଣା ବଳବତ୍ତର ରଖିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଜିଲ୍ଲାରେ କୋଭିଡ ଟେଷ୍ଟିଂ ବୃଦ୍ଧି ସହ କୋଭିଡ ଗାଇଡଲାଇନ୍ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଏଥିସହିତ ଶ୍ରୀମନ୍ଦିରରେ କୋଭିଡ କଟକଣା ଓ ଏସଓପି ଅନୁସାରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ଏଯାବତ୍ ୩୫୦ରୁ ଅଧିକ ସେବାୟତଙ୍କର କୋଭିଡ ଟେଷ୍ଟ କରାଯାଇଛି।

ବର୍ତ୍ତମାନ ସମୟରେ ଭକ୍ତମାନେ ମାସ୍କ ଓ ସାନିଟାଇଜର ବ୍ୟବହାର କରୁଥିଲେ ମଧ୍ୟ ସାମାଜିକ ଦୂରତା ରକ୍ଷା କରୁନଥିବାରୁ କୋଭିଡ ସଂକ୍ରମଣ ଆଶଙ୍କା କରିଛନ୍ତି ସେବାୟତ।