ନୂଆଖାଇ ପାଳନର ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଭିଡ କଟକଣା ଓ ମାର୍ଗଦର୍ଶିକା ମଧ୍ୟରେ ଓଡିଶାର ଗଣପର୍ବ ନୂଆଖାଇ ପାଳନର ବ୍ୟବସ୍ଥା କରିବାପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ପତ୍ର ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଏହିପର୍ବ କୃଷିଭିତ୍ତିକ ହେବାସହ ଆମ ସଂସ୍କୃତି, ଐତିହ, ଭାତୃତ୍ୱ ତଥା ପରମ୍ପରାର ଏକ ଜୀବନ୍ତ ନିଦର୍ଶନ ଅଟେ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ କଟକଣା ଭିତରେ ମାର୍ଗଦର୍ଶିକା ପ୍ରଣୟନ କରାଯାଇ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଯେପରି ପାଳନ କରାଯାଇ ପାରିଲା, ସେହିପରି ନୂଆଖାଇର ନୀତିକାନ୍ତି ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରନ୍ତୁ । ଏହାସହ ଆବଶ୍ୟକ ସାମଗ୍ରୀ କିଣାବିକା ପାଇଁ ନୂଆଖାଇ  ପୂର୍ବରୁ କଟକଣା କୋହଳ ବ୍ୟବସ୍ଥା କରାଯାଉ। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମଗ୍ର ଗରିବ କଲ୍ୟାଣ ଯୋଜନାର ସାମଗ୍ରୀ ଓ ଅର୍ଥ ରାଶି ନୂଆଖାଇ ପୂର୍ବରୁ ହିତାଧୀକାରୀଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା କରିବା ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ପୂଜାରୀ ଚିଠିରେ ଉଲ୍ଲେଖ କରିଛନ୍ତି।