କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୧୨ ବିରୋଧୀ ଦଳର ଚିଠି

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମୁକାବିଲରେ ଉତ୍ତମ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୧୨ଟି ଦଳ ଚିଠି ଲେଖିଛନ୍ତି। ଏହା ଏକ ବଡ଼ ସଂକଟ ବୋଲି ଦର୍ଶାଇ କରୋନା ମୁକାବିଲା ପାଇଁ କେତେକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଏହି ପ୍ରସ୍ତାବ ମଧ୍ୟରେ ରହିଛି ଦେଶ ଭିତରୁ ତଥା ଦେଶ ବାହାରୁ କେନ୍ଦ୍ର ସରକାର ଭ୍ୟାକ୍ସିନ କିଣନ୍ତୁ। ସାରା ଦେଶର ଲୋକମାନଙ୍କୁ ମାଗଣାରେ ଟିକା ଦିଆଯାଉ। ଦେଶ ଭିତରେ ଟିକା ଉତ୍ପାଦନ ପାଇଁ ଲାଇସେନ୍ସ ମଧ୍ୟ ଦିଆଯାଉ। ବଜେଟରେ କରାଯାଇଥିବା ୩୫ ହଜାର କୋଟି ଟଙ୍କା ଟିକାକରଣରେ ଖର୍ଚ୍ଚ କରାଯାଉ। ଏଥିସହିତ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ବନ୍ଦ କରାଯାଇ ସେହି ଟଙ୍କାକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରାଯାଉ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି ଟଙ୍କାକୁ ମଧ୍ୟ କରୋନା ଟିକାକରଣରେ ଖର୍ଚ୍ଚ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ। ବେକାରୀମାନଙ୍କୁ ମାସକୁ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ, କୃଷକ ଓ ଗରିବ ପରିବାରକୁ ମାଗଣାରେ ରାସନ ଦେବାକୁ ମଧ୍ୟ ଦାବି କରିଛନ୍ତି ବିରୋଧୀ ଦଳ। କଂଗ୍ରେସ, ଏନସିପି, ଟିଏମସି, ଏସ୍ପି ସମେତ ୧୨ଟି ପ୍ରମୁଖ ଦଳର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ ଚିଠି ଲେଖି ଏହି ଦାବି ଉପସ୍ଥାପନ କରିଛନ୍ତି।