ଝାରସୁଗୁଡ଼ାରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଦିଗରେ ଶୀଘ୍ର ପଦକ୍ଷେପ ନିଆଯାଉ ବୋଲି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ପତ୍ର ଲେଖିଛନ୍ତି। ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କେନ୍ଦ୍ର ସରକାର ପିଏମ କେୟାର ଫଣ୍ଡରୁ ଟଙ୍କା ବିନିଯୋଗ କରି ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଜନହିତକର ନିର୍ଣ୍ଣୟକୁ ଶୀଘ୍ର କାର୍ଯ୍ୟକାରୀ କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ଅସ୍କିଜେନ ପ୍ଲାଣ୍ଟକୁ ଅଗ୍ରାଧୀକାର ଭିତ୍ତିରେ ସ୍ଥାପନ କରାଯାଉ। କାରଣ କରୋନାର ଦ୍ୱିତୀୟ ଲହରୀ ଝାରସୁଗୁଡ଼ା ଜିଲ୍ଲାରେ ବହୁ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ଏଠାରେ ଅକ୍ସିଜେନର ଅଭାବ ଯୋଗୁ ଆକ୍ରାନ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଝାରସୁଗୁଡ଼ାରେ ଶୀଘ୍ର ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଶ୍ରୀ ଗଡ଼କରୀ ଏନଏଚଏଆଇ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଟଙ୍କଧର ଉଲ୍ଲେଖ କରିଛନ୍ତି।