କଲରାପତିରିଆ ବାଘ ଛାଲ ଜବତ, ୨ ଗିରଫ୍

ନୟାଗଡ଼,ଏନ୍ଏନ୍ଏସ୍: କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା। ବାଘ ଛାଲ ଜବତ ସହ ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ୪ ଲକ୍ଷ ଟଙ୍କାର ଡିଲ ହୋଇଥିଲା। ଏହି ଖବରପାଇ ଏସଟିଏଫ୍ ଟିମ ଅତର୍କିତ ଚଢ଼ଉ କରିଥିଲା।

ଗିରଫ ୨ ଜଣଙ୍କ ମଧ୍ୟରେ ଜଣେ ଶିକାରୀ ଥିବା ବେଳେ ଜଣେ ତାର ସହଯୋଗୀ ବୋଲି ଜଣାପଡ଼ିଛି। ତେବେ ଏହି ଜବତ ବାଘ ଛାଲକୁ ଭାରତୀୟ ବନ୍ୟ ଜୀବନ ସଂସ୍ଥାକୁ ତଦନ୍ତ ପାଇଁ ପଠାଯାଇଛି।

ସେହିପରି ଏହି ଗୋଟିଏ ବର୍ଷ ମଧ୍ୟରେ ରାଜ୍ୟରେ ୬ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୨ଟି ଜୀବନ୍ତ ବଜ୍ରକାପ୍ତା ଓ ୫ କେଜିରୁ ଅଧିକ ବଜ୍ରକାପ୍ତା ଖୋଳ ଜବତ ହୋଇଛି। ଏଥିସହ ବର୍ଷକ ମଧ୍ୟରେ ୨୪ ଜଣଙ୍କୁ ବନ୍ୟ ଜନ୍ତୁ ଶିକାର ମାମଲାରେ ଗିରଫ କରାଯାଇଛି।

ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏକ ସ୍ୱତନ୍ତ୍ର ମୋବାଇଲ ନମ୍ବର ଜାରି କରାଯାଇଛି। ୯୪୩୯୨୬୩୬୪୬-ନମ୍ବରରେ ଏହି ଅପରାଧୀଙ୍କ ବିଷୟରେ ସୂଚନା ଦେଲେ ସେମାନଙ୍କୁ ପୁରସ୍କାର ଦିଆଯିବ। ଏଥିସହ ସୂଚନା ଦାତାଙ୍କ ତଥ୍ୟ ଗୁପ୍ତ ରଖାଯିବ ବୋଲି କୁହାଯାଇଛି।