ସୌନ୍ଦର୍ଯ୍ୟ ଚମକାଇବ ଡାଳିମ୍ବରୁ ତିଆରି ଫେସ ମାସ୍କ

ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଲା ମୁହଁ । ସମସ୍ତେ ସବୁବେଳେ ନିଜ ମୁହଁରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି । ଆଜିକାଲି ଏଥିପାଇଁ ବିଭିନ୍ନ ପ୍ରସାଧାନ ସାମଗ୍ରୀ ମଧ୍ୟ ବାହାରିଲାଣି । କିନ୍ତୁ ସେଥିରେ ବ୍ୟବହାର କରାଯାଉଥିବା ରସାୟନିକ ଦ୍ରବ୍ୟ ତ୍ୱଚା ଉପରେ କୁପ୍ରଭାବ ପକାଏ । କେବେ କେବେ ବାହାରେ ମିଳୁଥିବା ବିଭିନ୍ନ ପ୍ରସାଧାନ ସାମଗ୍ରୀକୁ ବ୍ୟବହାର କରି ଆପଣମାନେ ଅସୁବିଧାରେ ପଡ଼ିଥିବେ ନିଶ୍ଚୟ। ମୁହଁରେ ଚମକ ଆଣିବା ବଦଳରେ ତାହା ଆପଣଙ୍କ ତ୍ୱଚାକୁ ଖରାପ କରିଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପାର୍ଲର ନଯାଇ ବା ବାହାରେ ମିଳୁଥିବା ବିଭିନ୍ନ ପ୍ରସାଧାନ ସାମଗ୍ରୀକୁ ବ୍ୟବହାର ନ କରି କିପରି ଆପଣ ଆପଣଙ୍କ ତ୍ୱଚାରେ ଚମକ ଆଣି ପାରିବେ ।

ଡ଼ାଳିମ୍ବକୁ ବ୍ୟବହାର କରି ଆପଣ କିପରି ଏହାକୁ ସମ୍ଭବ କରି ପାରିବେ ଆସନ୍ତୁ ଜାଣିବା

୧.ଡାଳିମ୍ବ ଏବଂ ଦହିର ମାସ୍କ
ତ୍ୱଚାରେ ଚମକ ଆଣିବା ପାଇଁ ଏହା ସବୁଠାରୁ ସହଜ ଉପାୟ । ପ୍ରଥମେ ଡାଳିମ୍ବର ଦାନାକୁ ପେଶି ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପେଷ୍ଟ ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଏକ ଚାମଚ ଦହି ମିଶାନ୍ତୁ। ଭଲକରି ମିଶଇବା ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏହା ଶୁଖି ଆସିଲା ପରେ ମୁହଁକୁ ସଫା ପାଣିରେ ଭଲ କରି ଧୋଇ ଦିଅନ୍ତୁ । ଧୋଇବା ପରେ ଫରକ ଆପଣ ଜାଣି ପାରିବେ ।

୨- ଡାଳିମ୍ବ ଏବଂ ଲେମ୍ବୁ . ଲେମ୍ବରୁ ଉପକାରୀତା ବିଷୟରେ ଆପଣ ଆଗରୁ ଜାଣିଥିବେ ନିଶ୍ଚୟ। ମୁହଁକୁ ସଫା ରଖିବା ପାଇଁ ଆପଣମାନେ ଏହାକୁ ବ୍ୟବହାର କରୁଥିବେ। ଏଥିରେ ଥିବା ଭିଟାମିନ ‘ସି’ ଯାହାକି ମୁହଁରୁ ସବୁ ମଇଳାକୁ ଦୂରକରେ ସେଥିରେ ଡାଳିମ୍ବକୁ ମିଶାଇ ଲଗାଇଲେ ତ୍ୱଚାରେ ଚମକ ଆସିଥାଏ। ଡାଳିମ୍ବରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଏଥିରେ ଲେମ୍ବୁକୁ ମିଶଇଲେ ଏହା ଅଧିକ ଲାଭଦାୟକ ହୋଇଥାଏ । ଡାଳିମ୍ବ ପେଷ୍ଟରେ ଗୋଟେ ଚାମଚ ଲେମ୍ବୁରସ ମିଶାଇ ତାକୁ ମୁହଁରେ ଲଗାନ୍ତୁ । କିଛି ସମୟ ଛାଡ଼ି ମୁହଁକୁ ଭଲ କରି ସଫା କରି ନିଅନ୍ତୁ। ଦେଖିବେ ଆପଣଙ୍କ ଚେହେରା ଚମକିବାକୁ ଲାଗିବ।

୩.ଡାଳିମ୍ବ ଏବଂ ମହୁର ମାସ୍କ

ମହୁ ତ୍ୱଚାକୁ କୋମଳ କରିଥାଏ । ଡାଳିମ୍ବ ପେଷ୍ଟରେ କିଛି ମହୁ ମିଶାଇ ଭଲ ଭାବରେ ମିଶାଇବା ସହ ତାକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଦେଖିବେ ଆପଣଙ୍କ ତ୍ୱଚା ଚମକିବା ସହ କୋମଳ ହୋଇଯିବ ।

୪.ଡାଳିମ୍ବ ଏବଂ ଓଟମିଲର ମାସ୍କ
ଡାଳିମ୍ବକୁ ଭଲ କରି ପେଶୀ ଏହାକୁ ଓଟମିଲରେ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ଏହା ଆପଣଙ୍କ ମୁହଁରେ ଥିବା ମୃତ କୋଷିକା ଗୁଡ଼ିକୁ ହଟାଇବା ସହ ଚେହେରାରେ ଚମକ ଆଣିବ ।