ପାଟଣାର ବିଦ୍ୟୁତିକରଣ ତଦାରଖ କଲେ ବିଧାୟକ

ପାଟଣା,ଏନ୍ଏନ୍ଏନ୍ : ପାଟଣା ଅଂଚଳରେ ବିଦ୍ୟୁତ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ପରେ ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ସହିତ ପାଟଣା ବିଧାୟକ ଜଗନ୍ନାଥ ନାଏକ ୧୫ ଦିନ ପୂର୍ବରୁ ଆଲୋଚନା କରିଥିଲେ। ଏହି କାର୍ଯ୍ୟର ତଦାରଖ କରିବା ପାଇଁ ଶନିବାର ଦିନ ପାଟଣା ବିଧାୟକ ପାଟଣା ସ୍ଥିତ ଡିଆନାଳି ବିଦ୍ୟୁତ ସବ ଷ୍ଟେସନ ରେ ପହଞ୍ଚି ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ସହିତ ପାଟଣା ବିକାଶ ମଞ୍ଚ ଓ ଅନ୍ୟାନ୍ୟ ପ୍ରମୁଖ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ। କେନ୍ଦୁଝର ବିଦ୍ୟୁତ ବିଭାଗର ନେସ୍କୋ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ଦାଶ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ, ପାଟଣା ବିଧାୟକ ଜଗନ୍ନାଥ ନାଏକ ବିଜେଡ଼ି ବ୍ଲକ ସଭାପତି ମାଧବା ନନ୍ଦ ପୃଷ୍ଟି,ବିବେକା ନନ୍ଦ ଦାଶ ଯୁଗଳ କିଶର ଦାଶ, ଅବିନାଶ ଦାଶ ଙ୍କ ସମେତ ଅନ୍ୟ ବୁଦ୍ଧିଜୀବି ଉପସ୍ଥିତ ଥିଲେ। ଟିକିରା ଗ୍ରୀଡ଼ ରୁ ପାଟଣା ଅଞ୍ଚଳ କୁ ଖୁବ ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ବା ଆଲୋଚନା ହୋଇଥିବା ବେଳେ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ଦାସ ଜୁନ ସୁଦ୍ଧା ବିଦ୍ୟୁତ ସଂଯୋଗ କରାଯିବ ବୋଲି ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।