ବିଧାୟକ ଦେଲେ ୫୦୦ ଟଙ୍କା ଜୋରିମାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜମହଲ ଛକରେ ଖଣ୍ଡଯୁଦ୍ଧ ପରେ ଆଜି ଟ୍ରାଫିକ୍‌ ନିୟମ କୋହଳ କରିବା ସହ ଫାଇନକୁ ଗୁରୁତ୍ୱ ନଦେଇ ଲୋକଙ୍କୁ ସଚେତନତା କରାଯାଉଛି। ଏ ନେଇ ଭୁବନେଶ୍ୱର କମିଶନରେଟ୍ ପୁଲିସ ପକ୍ଷରୁ ଆଜି ଟ୍ରାଫିକ୍‌ ନିୟମସଠିକ୍ ଭାବେ ପାଳନ କରୁଥିବା ଲୋକଙ୍କୁ ଚକଲେଟ ଓ ଥ୍ୟାଙ୍କ ୟୁ କାର୍ଡ ଦିଆଯାଇ ସଚେତନତା କରାଯାଉଛି। ରାଜଧାନୀରଅନ୍ୟତମ ବ୍ୟସ୍ତ ବହୁଳ ଅଞ୍ଚଳ ଭାବରେ ଏଜି ଛକରେ ଆଜି ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି ।

ତେବେ କିଛିଦିନ ପାଇଁ ଟ୍ରାଫିକ୍‌ ନିୟମ କୋହଳ ହୋଇଥିବାବେଳେ ଟ୍ରାଫିକ୍‌ ପୁଲିସ ମୁଖ୍ୟତଃ ୫ଟି ଦିଗ ଉପରେ ଅଧିକ ଗୁରୁତ୍ୱ ଦେଇଛି। ଏଥରେ ମଦ ପିଇ ଗାଡି ଚାଳାଇଲେହେଲମେଟ୍‌ ଓ ସିଟ୍‌ ବେଲ୍ଟ ପିନ୍ଧି ନଥିଲେ, ଟ୍ରିପଲ୍‌ ରାଇଡିଂ କଲେ, ମୋବାଇଲରେ କଥା ହୋଇ ଗାଡି ଚଳାଇଲେ ଓ ରଙ୍ଗରୁଟ୍ରେ ଗାଡ଼ି ଚଳାଇଲେ ଫାଇଦେବାକୁ ପଡ଼ିବ।

ଏହି ପରିପ୍ରେକ୍ଷୀରେ ଏଜି ଛକରେ ଟ୍ରାଫିକ୍‌ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ି ସେଠାରେବେଆଇନ୍‌ ଭାବେ ପାର୍କିଂ ହୋଇଥିଲା। ଡିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ଟ୍ରାଫିକ୍‌ ପୁଲିସ ତାଙ୍କ ଉପରେ ୫୦୦ଟଙ୍କା ଫାଇନକାଟିଥିଲେ