ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଧ୍ୟାପକ ମାନେ ଛୁଟି ମଂଜୁରୀ ନଥାଇ ଛୁଟିରେ ରହିଲେ ନୋ ୱାର୍କ ନୋ ପେ ଲାଗୁ ହେବ। ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସରକାରୀ ଓବେସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜ (୪୮୮, ୬୨୨) ଅଧ୍ୟକ୍ଷ ମାନଙ୍କ ଚିଠି ଲେଖାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଯଦି ସରକାରୀ କଲେଜ ଅଧ୍ୟାପକମାନେ ବିନା ଆବେଦନରେ ଛୁଟିରେ ରହିଲେ ସେମାନଙ୍କୁ ଆଗୁଆ ଅବସର ଦିଆଯିବ।
ଉଚ୍ଚ ଅଧିକାରୀଙ୍କ ଠାରୁ ଅନୁମତି ନେଇ ଅଧ୍ୟାପନ ଓ କର୍ମଚାରୀମାନେ ଛୁଟି ନେଇ ପାରିବେ। ମାତ୍ର ଛୁଟି ନେଇ ରାଲି , ଧାରଣା କିମ୍ବା ହଡତାଲରେ ଯୋଗ ଦେଇପାରିବେ ନାହିଁ। ସେହିପରି ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ ଛୁଟିରେ ରହିଲେ ସେମାନଙ୍କର ଅନୁଦାନ ପ୍ରତ୍ୟାହାର କରାଯିବ। କଲେଜର ଅଧ୍ୟକ୍ଷମାନେ ଏଥିପାଇଁ ଦାୟୀ ରହିବେ।