ଏନଓୟୁରେ ଅଧ୍ୟାପକ ନିଯୁକ୍ତି ଓ ଫି’ ପ୍ରତ୍ୟାହାର ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ଏହାର ଅଧୀନରେ ଥିବା ବିଭିନ୍ନ ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଆଜି ୨ ଦଫା ବିଶିଷ୍ଟ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ନିମନ୍ତେ ପ୍ରଦାନ କରାଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଖୋଲିଥିବା ନିୟମିତ ପିଜି ବିଭାଗରେ ଶିକ୍ଷା ଦାନ ପାଇଁ ପ୍ରଫେସର ନିଯୁକ୍ତି ଓ ପରୀକ୍ଷା ଫି’ ପ୍ରତ୍ୟାହାର ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ବର୍ତ୍ତମାନ କୋଭିଡ-୧୯ ମୁକାବିଲା ନିମନ୍ତେ ଜାରି କରାଯାଇଥିବା କଟକଣା ଜିଲ୍ଲାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗଦେଇଛି। ଫଳରେ ଅଭିଭାବକମାନେ ପରୀକ୍ଷା ଫି’ ପ୍ରଦାନ ନିମନ୍ତେ ସମ୍ପୂର୍ଣ୍ଣ ଭାବେ ନିଜର ଅସମର୍ଥ ପ୍ରକାଶ କରୁଛନ୍ତି। ତେଣୁ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ତେଣୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ଫି’କୁ ଛାଡ଼ କରାଯିବା ପାଇଁ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିକଟରେ ଦାବି ଜଣାଇଛନ୍ତି।