ବିପକ୍ଷ ନେତାଙ୍କ ସମେତ କଂଗ୍ରେସର ୫ଜଣ ବିଧାୟକ ହିମାଚଳ ପ୍ରଦେଶ ବିଧାନସଭାରୁ ନିଲମ୍ବିତ

ସିମଲା: ହିମାଚଳ ପ୍ରଦେଶର ରାଜ୍ୟପାଳଙ୍କ ସହ ମାରପିଟ କରିବା ଯୋଗୁ ବିପକ୍ଷ ନେତାଙ୍କ ସମେତ କଂଗ୍ରେସର ୫ଜଣ ବିଧାୟକଙ୍କୁ ସମ୍ପୂର୍ଣ୍ଣ ବଜେଟ ଅଧିବେସନରୁ ନିଲମ୍ବିତ କରିଯାଇଛି। ସେମାନେ ହେଲେ ବିପକ୍ଷ ନେତା ମୁକେଶ ଅଗ୍ନିହୋତ୍ରୀ, ହର୍ଷବର୍ଦ୍ଧନ ଚୌହାନ, ସତପାଲ ରାୟଜାଦା, ସୁନ୍ଦର ସିଂହ ଠାକୁର ଓ ବିନୟ କୁମାର। ବଜେଟ ଅଧିବେସନ ମାର୍ଚ୍ଚ ୨୦ରେ ଶେଷ ହେବ।

ସୂଚନାଯୋଗ୍ୟ, ଏହାପୂର୍ବରୁ ବିଧାନସଭାର ବଜେଟ ଅଧିବେସନର ପ୍ରଥମ ଦିନ କଂଗ୍ରେସର ହଙ୍ଗାମା ଯୋଗୁ ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ନିଜ ଅଭିଭାଷଣର କେବଳ ଶେଷ ପଂକ୍ତି ପଢ଼ିଥିଲେ। ଆଉ ବାକି ଭାଷଣ ପଢ଼ାଯାଇଛି ବୋଲି ମାନି ନେବାକୁ କହିଥିଲେ। ଅନ୍ୟପଟେ ଅଭିଭାଷଣ ମିଛରେ ପରିପୂର୍ଣ୍ଣ ଥିବା କଂଗ୍ରେସ ଆରୋପ ଲଗାଇଛି।