ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ପରବର୍ତ୍ତୀ ଶୁଣାଣି ୪ରେ

କଟକ,ଏନ୍ଏନ୍ଏସ୍: ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ତାରିଖରେ ହେବ। ଅଦାଲତ ଅବମାନନା ପ୍ରସଙ୍ଗରେ ୧୪ ଜଣିଆ ବିଚାରପତିଙ୍କୁ ନେଇ ହାଇକୋର୍ଟ  ଫୁଲ୍ ବେଞ୍ଚରେ ଶୁଣାଣି ହୋଇଥିଲା। ଏହି ସମୟରେ ହାଇକୋର୍ଟ ବାର୍‍ ସମେତ ଅନ୍ୟ ପ୍ରତିପକ୍ଷ ହାଜର ହୋଇ ପକ୍ଷ ରଖିବାକୁ ଅଧିକ ୪ ସପ୍ତାହର ସମୟ ମାଗିଥିଲେ।

ବାର ଆସୋସିଏସନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ। ମାସ ମାସ ଧରି ଲାଗିରହିଥିବା ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବିଚାର ପ୍ରକ୍ରିୟାରେ ସମସ୍ୟା ଉପୁଜୁଥିବାରୁ ଏଥିରେ ହାଇକୋର୍ଟ ହସ୍ତକ୍ଷେପ କରିଥିଲେ । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଗତ ୧୫ ତାରିଖରେ ଶୁଣାଣି କରିଥିଲେ ହାଇକୋର୍ଟର ଫୁଲ୍ ବେଞ୍ଚ। ଏ ନେଇ ବିଭିନ୍ନ ବାର୍‍ ଆସୋସିଏସନ୍‌କୁ ନୋଟିସ୍‌ ଦେଇଥିଲେ। ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଆାଇନ ସଚିବଙ୍କୁ ମଧ୍ୟ ନୋଟିସ ଜାରି ହୋଇଥିଲା ।