ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଦେହାନ୍ତ ଘଟିଛି। ଗତକାଲି ରାତି ପ୍ରାୟ ୧୧ଟା ୧୦ରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତଙ୍କୁ ୮୬ ବର୍ଷ ହୋଇଥିଲା। ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ସହିତ ଗାର୍ଡ ଅଫ ଅର୍ନର ସହ ଶେଷକୃତ୍ୟ ସମ୍ପନ୍ନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉକି, ଓଡ଼ିଶାର ପ୍ରଥମ ଓଡ଼ିଶୀ ନୃତ୍ୟଙ୍ଗନା ଥିଲେ ଲକ୍ଷ୍ମୀପ୍ରିୟା ମହାପାତ୍ର। ସେ ଥିଲେ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ। ତେବେ ଶ୍ରୀମତୀ ମହାପାତ୍ର ଏବଂ ତାଙ୍କ ପରିବାରର ଓଡ଼ିଶୀ ନୃତ୍ୟର ପ୍ରଚାରରେ ମହାନ ଅବଦାନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।