ହାଇକୋର୍ଟ ବାର୍ ସହ ୬୮ ଓକିଲ ସଂଘକୁ ଭାରତୀୟ ବାର କାଉନସିଲର ଚେତାବନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓକିଲ ଆନ୍ଦୋଳନ ପାଇଁ ହାଇକୋର୍ଟ ଓ ତଳକୋର୍ଟ ଅଚଳ ପ୍ରସଙ୍ଗରେ କଡା ଚେତାବନୀ ଦେଇଛି ଭାରତୀୟ ବାର୍ କାଉନସିଲ(ବିସିଆଇ)। ସୁପ୍ରିମକୋର୍ଟ ପରେ ବିସିଆଇ ଆନ୍ଦୋଳନରତ ଓକିଲଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବ। ଏ ନେଇ ହାଇକୋର୍ଟ ସହ ୬୮ଟି ବାର୍ ଓକିଲ ସଂଘକୁ ୩ ତାରିଖ ମଧ୍ୟରେ କାର୍ଯ୍ୟ ଯୋଗଦେବା ପାଇଁ ବିସିଆଇ ନିର୍ଦ୍ଦେଶ ଦେଇଛନ୍ତି।

ଯଦି କେହି ଓକିଲ ଏହାକୁ ଅମାନ୍ୟ କରନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ନିଲମ୍ବନ କରାଯିବ ଏବଂ ଦୋଷ ପ୍ରମାଣିତ ହେଲେ ବାର୍ ନିର୍ବାଚନ କୌଣସି ନିର୍ବାଚନରେ ସମ୍ପୃକ୍ତ ରହିବ ନାହିଁ ବୋଲି ବିସିଆଇ କହିଛନ୍ତି। ତେବେ ତଳ କୋର୍ଟ ଅଚଲ ନେଇ ଆଗରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିଲେ। ଏ ନେଇ ଭାରତୀୟ ବାର୍ କାଉନସିଲର ସହଯୋଗ ଲୋଡିଥିଲେ ସୁପ୍ରିମକୋର୍ଟ।