ଆଜି କାର୍ଯ୍ୟରେ ଯୋଗ ଦେବେନି ଆଇନଜୀବୀ

କଟକ,ଏନ୍ଏନ୍ଏସ୍: ହାଇକୋର୍ଟ ବାର୍‍ ପରିସରରେ ରାଜ୍ୟର ସମସ୍ତ ବାର ଆସୋସିଏସନ କର୍ମକର୍ତ୍ତାଙ୍କ ମିଳିତ ବୈଠକ ଶୁକ୍ରବାର ଅନୁଷ୍ଠିତ ହେଉଛି। ଏହି ବୈଠକରେ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତିଙ୍କ ପଦବୀ ପୂରଣ ଓ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା କରାଯିବ। ଅନ୍ୟପଟେ ରଜ୍ୟର ସମସ୍ତ ଓକିଲ କାର୍ଯ୍ୟରେ ନିବୃତ୍ତ ରହିବେ।

କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ଦାଏର ମାମଲାରେ ରାଜ୍ୟରୁ ୬୮ଟି ବାର୍ ଆସୋସିଏସନକୁ ନୋଟିସ ଜାରି ହୋଇଛି। ଅନ୍ୟପଟେ ହାଇକୋର୍ଟ ବାର ସମେତ କଟକର ସମସ୍ତ ବାର ଆସୋସିଏସନ ଆସନ୍ତା ୨୧ତାରିଖ ଯାଏଁ କୌଣସି କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଜଣାଯାଇଛି।