ମଞ୍ଚ ଉପରେ କର୍ମୀଙ୍କୁ ସାଂସଦଙ୍କ ଶକ୍ତ ଚାପୁଡ଼ା, ଭିଡିଓ ଭାଇରାଲ

ଗଜପତି,ଏନ୍ଏନ୍ଏସ୍: ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଆଜି ବିଜେଡିରେ ଯୋଗଦାନ କରିବାକୁ ଆସିଥିବା ଏକ କର୍ମୀଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିଥିବା ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ ଗତକାଲି ପାରଳାଖେମୁଣ୍ଡି ଜିଲ୍ଲାର ବିଜେଡି ପରିବର୍ଦ୍ଧିତକାର୍ଯ୍ୟକାରିଣୀ ବୈଠକ ବେଳେ ଏହି ଘଟଣା ଘଟିଛି। ତେବେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବାକୁ ଆସିଥିବା ଏକ କର୍ମୀଙ୍କୁ ସଭା  ମଞ୍ଚ ଉପରେ ଶକ୍ତ ଚାପୁଡ଼ା ମରିଛନ୍ତି। ତେବେ ତାଙ୍କର ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାବେଳେ ଏହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେବେ କର୍ମୀ ଜଣଙ୍କ ଗଜପତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ଦଳଛାଡ଼ି ବିଜେଡିରେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପ୍ରଭାରୀ ଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସଂଗ୍ରାମଙ୍କୁ ବିଜେଡି ଉତ୍ତରୀୟ ପ୍ରଦାନ କରିଥିଲେ। ତେବେ ସଂଗ୍ରାମ ତାଙ୍କ ଉତ୍ତରୀୟ ସାଂସଦଙ୍କୁ ଦେବା ସମୟରେ ଚନ୍ଦ୍ରଶେଖର ତାଙ୍କୁ ଚାପୁଡ଼ା ମାରିଥିଲେ।

ତେବେ ସାଂସଦଙ୍କ ଏଭଳି ଆଚରଣକୁ ଭୃଗୁ ବକ୍ସିପାତ୍ର ଏକ ଟ୍ୱିଟ୍‍ ଜରିଆରେ ସମାଲୋଚନା କରିଛନ୍ତି। ‘ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସର୍ବସାଧାରଣରେ ଜଣଙ୍କୁ ଚାପୁଡ଼ା ମାରିଲେ, ତାଙ୍କର ଏଭଳି ଆଚରଣ କ’ଣ ଓଡ଼ିଶାକୁ ଲଜ୍ଜିତ କରୁନାହିଁ’ ବୋଲି କହିଛନ୍ତି।