ଫାଇନାଲ ପାଇଁ ଖେଳିବେ ଲଭଲୀନା; ମ୍ୟାଚ ଦେଖିବାକୁ ୩୦ ମିନିଟ ସ୍ଥଗିତ ରହିବ ବିଧାନସଭା

ଆମାସ,ଏଜେନ୍ସି: ଆଜି ଟୋକିଓ ଅଲିମ୍ପିକ୍ସରେ ଦମ ଦେଖାଇବେ ଭାରତୀୟ ବକ୍ସର ଲଭଲୀନା। ଏଥିପାଇଁ ୩୦ ମିନିଟ ସ୍ଥଗିତ ରହିବ ଆସାମ ବିଧାନସଭା। ଲଭଲୀନା ଭାରତ ପାଇଁ ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବେ। ଖାସ କରି ସାରା ଭାରତବାସୀଙ୍କ ନଜର ରହିଛି ତାଙ୍କ ଖେଳ ଉପରେ।

ବିଶେଷ କରି ଆସାମରେ ଆଜି ସମସ୍ତ ବିଧାୟକ ଲଭଲୀନାଙ୍କ ମ୍ୟାଚ ଦେଖିବେ। ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲଭଲୀନାଙ୍କ ମ୍ୟାଚ ସମୟରେ ବିଧାନସଭାର କାର୍ଯ୍ୟକାଳ ୩୦ ମିନିଟ ଯାଏଁ ସ୍ଥଗିତ ରଖାଯିବ। ମହିଳା ଓ୍ୱେଟଲିଫ୍ଟର ବର୍ଗ କ୍ୱାର୍ଟର ଫାଇନାଲରେ ଚୀନ ତାଇପେ ପ୍ରତିଯୋଗୀ ନିଏନ ଚୀନକୁ ହରାଇ ଭାରତକୁ ପଦକ ସୁନିଶ୍ଚିତ କରାଇଥିଲେ।

ଆଜି ସେମିରେ ବିଶ୍ୱ ଚାମ୍ପିଅନ ତୁର୍କୀର ବୁସେନାଜ ସୁରମେନେଲୀଙ୍କ ସହ ମୁକାବିଲା ହେବ। ସୂଚନା ଥାଉକି, ୨ ଥର ବିଶ୍ୱ ଚାମିଅନସିପରେ କାଂସ୍ୟ ପଦକ ବିଜେତା ଲଭଲୀନା ଆସାମର ପ୍ରଥମ ମହିଳା ଯିଏକି ଅଲିମ୍ପିକରେ କ୍ୱାଲିଫାଏ କରିଛନ୍ତି।