ଭାରତରେ ଲଞ୍ଚ ହେଲା ପ୍ରଥମ କୋଭିଡ ନାଜାଲ ସ୍ପ୍ରେ, ଗ୍ଲେନମାର୍କ ପକ୍ଷରୁ ହେଲା ଲଞ୍ଚ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଲଞ୍ଚ ହେଲା ପ୍ରଥମ କୋଭିଡ ନାଜାଲ ସ୍ପ୍ରେ। ଔଷଧ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ଲଞ୍ଚ ହୋଇଛି ଫାବିସ୍ପ୍ରେ। ନାଇଟ୍ରିକ ଅକ୍ସାଇଡ ନାଜାଲ ସ୍ପ୍ରେ ଲାଗି ଭାରତର ଔଷଧ ମହାନିୟନ୍ତ୍ରକୃଡିସିଡିଆଇ ଅନୁମତି ଦେଇଥିଲେ।

ଫଳରେ ଏଣିକି ୧୮ ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କୁ ନାଜାଲ ସ୍ପ୍ରେ ଦିଆଯାଇପାରିବ। ସାନଓଜି କମ୍ପାନି ସହ ସହ ଭାଗିତାରେ ଗ୍ଲେନମାର୍କ ପ୍ରସ୍ତୁତ କରିଛଇ ନାଜାଲ ସ୍ପ୍ରେ। ଫାବି ସ୍ପ୍ରେର ଫେଜ୍ ୩ ଟ୍ରାଏଲ ସଫଳ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

୨୪ ଘଣ୍ଟା ପରେ କୋଭିଡ୍ ନିରାକରଣ ୯୪ ପ୍ରତିଶତ ହ୍ରାସ ପାଉଥିବା ବେଳେ ୪୮ ଘଣ୍ଟା ନିରାକରଣ ହାର ୯୯ ପ୍ରତିଶତ ରହୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଥିଲା। ନାଜାଲ ଅକ୍ସାଇଡ ନାଜାଲ ସ୍ପ୍ରେ ଭାରତରେ ଫାବିସ୍ପ୍ରେ ବ୍ରାଣ୍ଡରେ ବିତରଣ କରାଯିବ।