ଓଡ଼ିଆ ଗୀତ ସହ ଲତାଙ୍କର ଥିଲା ଏପରି ସଂପର୍କ

ଭୁବନେଶ୍ବର,ଏନ୍ଏନ୍ଏସ୍: ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା। ଲତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତପ୍ରେମୀ ତାଙ୍କୁ ଓଡ଼ିଆ ସିନେ-ଗୀତକୁ ଅବଦାନ ଲାଗି ମନେପକାଇଛନ୍ତି। ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ମାତ୍ର ୨ଟି ଓଡ଼ିଆ ସିନେମାରେ କଣ୍ଠଦାନ କରିଥିଲେ। ଏହି ୨ଟି ଗୀତ ହେଲା ‘ଅରୁନ୍ଧତୀ’ ଚଳଚ୍ଚିତ୍ରର ‘ଆଜି ମୁଁ ଶ୍ରାବଣୀ…’ ଓ ‘ସୂର୍ଯ୍ୟମୁଖୀ’ର ‘ସେଇ ଚୁନାଚୁନା ତାରା ଫୁଲ ଆଜି…’।

https://youtu.be/rxbF4HvrGzY

https://youtu.be/rxbF4HvrGzY

ଉଭୟ ଗୀତର ସଙ୍ଗୀତକାର ଥିଲେ ଶାନ୍ତନୁ ମହାପାତ୍ର। ଏହି ଦୁଇଟି ଗୀତ ଲାଗି ଓଡ଼ିଆ ସଂଗୀତ ଜଗତ ଓ ଚଳଚ୍ଚିତ୍ର ଜଗତ ମହାନ ଗାୟିକା ଲତାଙ୍କ ସହ ଯୋଡ଼ି ହୋଇ ରହିଛି।