ଅଧଘଣ୍ଟାରେ ଟିକଟ୍ ଶେଷ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭୁବନେଶ୍ୱର-ଦିଲ୍ଲୀ ଯିବାକୁ ଥିବା ଟ୍ରେନ୍ ଟିକଟ ଅଧଘଣ୍ଟାରେ ଶେଷ ହୋଇଯାଇଛି। ଏହି ଟ୍ରେନ୍ ୧୩ତାରିଖରେ ଭୁବନେଶ୍ୱରୁ ଦିଲ୍ଲୀ ଯିବ। ଘଣ୍ଟାଏରୁ କମ ସମୟ ଭିତରେ ସରିଯାଇଛି ଟିକଟ୍ ବୋଲି କହିଲେ ରେଲେଓ କର୍ତ୍ତୃପକ୍ଷ। ୧୪ତାରିଖରେ ଯିବାକୁ ଥିବା ଟ୍ରେନ୍ ମଧ୍ୟ ଟିକଟ୍ ବୁକିଂ ୯୦ପ୍ରତିଶତ ବିକ୍ରୀ ସରିଯାଇଛି ବୋଲି ସୂଚନା ମିଳିଛି। କେବଳ ଏସି ବଗିରେ ୫୬ଟି ସିଟ୍ ଥିବା ଜଣାପଡ଼ିଛି। ୧୭ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକଟ୍ ଆଉ ନଥିବା ସୂଚନା ମିଳିଛି। ଟିକଟ୍ ବୁକିଂ ନେଇ ସୂଚନା ଦେଲେ ପୂର୍ବତଟ ରେଲୱେ।