ମୁମ୍ବାଇ ଇଣ୍ଡିଆନ୍ସକୁ ଅଲବିଦା କହିଲେ ମଲିଙ୍ଗା

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରୁ ଖେଳୁଥିବା ଶ୍ରୀଲଙ୍କା ବୋଲର ଲସିଥ ମଲିଙ୍ଗା ଫ୍ରାଞ୍ଚାଇଜି କ୍ରକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୧ ଜାନୁଆରୀରେ ନିଜର ଏହି ନିଷ୍ପତ୍ତି ସମ୍ବନ୍ଧରେ ମଲିଙ୍ଗା ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟକୁ ସୂଚନା ଦେଇଥିଲେ।

ମଲିଙ୍ଗା କହିଛନ୍ତି ଯେ, ‘ମୁଁ ପରିବାର ସହ ଆଲୋଚନା କରିବା ପରେ ଫ୍ରାଞ୍ଚାଇଜି କ୍ରିକେଟରୁ ଅବସର ନେବାର ଏହା ସଠିକ ସମୟ ବୋଲି ନିଷ୍ପତ୍ତି ନେଇଛି। ମହାମାରୀ ପରିସ୍ଥିତି ଓ ଯାତ୍ରାର କଡ଼ା ନିୟମ ମୋତେ ଫ୍ରାଞ୍ଚାଇଜି କ୍ରିକେଟ ଖେଳିବାକୁ ରୋକୁଛି। ସେଥିପାଇଁ ଏହା ହେଉଛି ଏହି ସମୟର ସଠିକ୍ ନିଷ୍ପତ୍ତି।’

ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଅମ୍ବାନୀ କହିଛନ୍ତି ଯେ, ‘ଟିମ୍ ମ୍ୟାନେଜମେଣ୍ଟ ଲସିଥ ମଲିଙ୍ଗାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛି। ସେଥିପାଇଁ ସେ କ୍ଲବର ୧୮ ସଦସ୍ୟଙ୍କ ରିଟେନସନ ସ୍କ୍ୱାଡରେ ସାମିଲ ହୋଇନାହାନ୍ତି। ମଲିଙ୍ଗା ୧୨ ବର୍ଷ ହେବ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ପ୍ରମୁଖ ସଦସ୍ୟ ଥିଲେ।’