ଲଖନପୁର,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥାନୀୟ ନୁଆଁପଡ଼ା ନିକଟସ୍ଥ ରେଳ ଧାରଣାରୁ ଜଣେ ବ୍ୟକ୍ତିର ମୃତ ଦେହକୁ ଗୁରୁବାର ରେଳୱେ ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ବେଲପାହାଡ଼ ସ୍ଥାନୀୟ ନୁଆଁପଡ଼ାର ରବି ସିଂହ(୫୭)। ସୂଚନା ଅନୁସାରେ ଏକ ଠିକା ସଂସ୍ଥା ଅଧିନରେ ରବି ଜଣେ ରାତ୍ରୀ ଜଗୁଆଳି ଭାବେ ରେଳ ଲାଇନ କାର୍ୟ୍ୟରେ ଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ୬ ଟାରେ ରବି ଘରେ ଖାଇ ନିଜ କାର୍ୟ୍ୟରେ ଯୋଗଦେବା ପାଇଁ ବାହାରିଥିଲେ।
ତେବେ ଗୁରୁବାର ସକାଳେ ନୁଆଁପଡ଼ା ନିକଟସ୍ଥ ରେଳ ଧାରଣାରେ ରବିଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚି ରବିଙ୍କ ମୃତଦେହ ଚିହ୍ନଟ କରିଥିଲେ। ସୂଚନା ପାଇ ରେଳୱେ ପୁଲିସ ଏଏସଆଇ ପୁରୁଷୋତ୍ତମ ପଟେଲ ଏବଂ ଦଳ ଘଟଣାସ୍ଥଳକୁ ପହଞ୍ଚି ମୃତ ରାବିଙ୍କ ଶବକୁ ଉଦ୍ଧାର କରିଥିଲେ। ଏନେଇ ରେଳୱେ ପୁଲିସ କେସ୍ ନମ୍ବର-୩/୨୦ରେ ଏକ ଅପମୃତ୍ୟୁ ମାମାଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ମୃତ ରବିଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରିଛି। ମୃତ ରବିଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସମେତ ଦୁଇ ପୁଅ ଓ ଦୁଇ ଝିଅ ଥିବା ଜଣାପଡିଛି।