ପୁଣି ଭାରରେ ୧୦ କିଲୋମିଟର ବୁହା ହେଲା ଶବ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ସିଲେଟ ପଞ୍ଚାୟତ ଅନ୍ତର୍ଗତ ରୂପେନ ଗାଁ’ର ଟାଙ୍ଗରୁମାଝୀଙ୍କ ପତ୍ନୀ ଲଷ୍ମୀ ମାଝୀ ଆଜକୁ ଏକ ମାସ ହେବ ପ୍ରସୂତି ପାଇଁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ୪ଦିନ ତଳେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ତେବେ ଶୁକ୍ରବାର ଲଷ୍ମୀ ମାଝୀଙ୍କ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ହୋଇଥିଲା, ଶବ ବାହକ ଗାଡି ମୃତା ଲଷ୍ମୀଙ୍କ ଶବକୁ ନେଇ ଯାଉଥିବାବେଳେ ରାସ୍ତା ଶୋଚନୀୟ ଥିବାରୁ କେବଳ କେରପାଇ ପଞ୍ଚାୟତ ପର୍ୟ୍ୟନ୍ତ ଯାଇଥିଲା।

କୌଣସି ଉପାୟ ନପାଇ ଶବକୁ ଦୀର୍ଘ ୧୦କିମି ଭାରରେ ବୋହି ନେଇଥିଲେ। ବାଟରେ ପଟ୍ଟା ନଦୀ ଓ ଅନ୍ୟ ନାଳକୁ ପାର କରି ବହୁ କଷ୍ଟରେ ମୃତ ଶବକୁ କ।ନ୍ଧେଇ ନେଇ ଗ୍ରାମରେ ପହଞ୍ଚି ଥିଲେ। ଏହି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଗମନାଗମନ ଉପରେ ପ୍ରଶାସନର କେବେ ଦୃଷ୍ଟି ପଡିବ ସେ ନେଇ ଗ୍ରାମବାସୀ ଚିନ୍ତାରେ।