ଗ୍ରାମବାସୀ ନ ଆସିବାରୁ ସାଇକେଲରେ ବୋହିଲେ ଶବ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋତି ଗାଁରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମୃତ ଦେହକୁ କାନ୍ଧ ଦେଲେ ନି ଗ୍ରାମବାସୀ। ଫଳରେ ବାଧ୍ୟହୋଇ ଦୁଇ ପୁଅ ନିଜ ମାଆଙ୍କ ଶବକୁ ସାଇକେଲରେ ବୋହି ସ୍ମସାନକୁ ନେଇଥିବା ଦେଖାଯାଇଛି।

ମିଳିଥିବା ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ମୋତି ଗ୍ରାମର ମହିଳା ନୂଆଖାଇ ପାଣ୍ଡେଙ୍କର ମୃତ୍ୟୁ ହୋଇଥିଲା। ତେବେ ମହିଳାଙ୍କ ଶବସତ୍କାର କରିବା ପାଇଁ ଦୁଇ ପୁଅ ଗ୍ରାମବାସୀଙ୍କୁ ଡାକିଥିଲେ। କିନ୍ତୁ କେହି ହେଲେ ଜଣେ ଆସି ନଥିଲେ। ତେବେ ପୂର୍ବରୁ ତାଙ୍କ ପରିବାର ସହ ଗାଁରେ ବିବାଦ ଚାଲିଥିବା ଜଣାଯାଇଛି। ଫଳରେ ବାଧ୍ୟ ହୋଇ ୨ ଭାଇ ସାଇକେଲରେ ନିଜ ମାଆ ନୂଆଖାଇଙ୍କ୍ ମୃତ ଦେହକୁ ସାଇକେଲରେ ବୋହି ସ୍ମସାନକୁ ନେଇଥିଲେ।