ଇନ୍ଦିରା ଗାନ୍ଧୀଙ୍କ ବେଶରେ ଲାରା ଦତ୍ତା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍ ବଟମ୍’ର ଟ୍ରେଲରରେ ଏକ ଖାସ୍ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଅଭିନେତ୍ରୀ ଲାରା ଦତ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବେଶରେ ନଜର ଆସିଛନ୍ତି। ଟ୍ରେଲରର ପ୍ରଥମ ଲୁକରେ ଲାରାଙ୍କୁ ଚିହ୍ନି ହେଉନାହିଁ। ସେ ଅବିକଳ ଇନ୍ଦିରା ଗାନ୍ଧୀଙ୍କ ପରି ଦିଶୁଛନ୍ତି। ଟ୍ରେଲର ରିଲିଜ ହେବା ପରଠୁ ଲାରା ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି।

ସୂଚନାଯୋଗ୍ୟ,‘ବେଲ୍ ବଟମ୍’ ୧୯୮୪ ଘଟଣା ଉପରେ ଆଧାରିତ ଏକ ସ୍ପାଇ ଥ୍ରିଲର ଫିଲ୍ମ। ଏଥିରେ ଅକ୍ଷୟ କୁମାର ଅଣ୍ଡରକଭର ରୋ ଏଜେଣ୍ଟ ଭୂମିକାରେ ନଜର ଆସିବେ। ଆଉ ବାଣୀ କପୁରଙ୍କୁ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ଅଗଷ୍ଟ ୧୯ ତାରିଖରେ ସିନେମା ଘରେ ରିଲିଜ ହେବ।