ଜମି ଥୋପ, ୧୭ ଲକ୍ଷ ଠକେଇ

କଟକ,ଏନ୍ଏନ୍ଏସ୍ ବିଚିତ୍ର ସେଠୀ: ଜମିଦେବାକୁ କହି ୧୭ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଲାଲବାଗ ଥାନା ପୁଲିସ ଆଜି ଜଣଙ୍କୁ ଗିରଫ କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଅଂଶୁମାନ ମିଶ୍ର। ଲାଲାବାଗ ଥାନା ଅନ୍ତର୍ଗତ ଓଡ଼ିଆବଜାରର ବାସିନ୍ଦା ନଜିମା ବେଗମ ଅର୍ବାନ କୋପରଟିଭି ବ୍ୟାଙ୍କ ନୋଟିସରୁ ଜମି ବିକ୍ରୟ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜାଣିବାକୁ ପାଇଥିଲେ। ପରେ ସେ ଜମି କିଣିବାକୁ ନିଷ୍ପତ୍ତି ନେଇଥିଲେ। ଗତ ମାର୍ଚ୍ଚ ୯ ତାରିଖରେ ଏଥିପାଇଁ ସେ ବ୍ୟାଙ୍କରେ ପହଞ୍ôଚ ବ୍ୟାଙ୍କର ସଭ୍ୟ ପ୍ରକାଶ ଦାସଙ୍କ ସହିତ ଯୋଗାଯୋଗ କରିଥିଲେ। ଯୋଗାଯୋଗ ପରେ ଜମି ପାଇଁ ଅଗ୍ରମୀ ଟଙ୍କା ଦେବାକୁ ନଜିମାକୁ ପ୍ରକାଶ ପରାମର୍ଶ ଦେଇଥିଲେ। ପରେ ପ୍ରକାଶ ଓ ତାଙ୍କର ପତ୍ନୀ ରୂପାଲି ମିଶ୍ର ସହ ଅଂଶୁମାନ ମିଶ୍ର ମିଥ୍ୟା ପ୍ରତିଶ୍ରୁତି ଦେଇ ନଜିମାଙ୍କଠାରୁ ପର୍ଯ୍ୟାୟ କ୍ରମେ ମୋଟକ ୧୭ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ପ୍ରତିଶ୍ରୁତି ଅନୁଯାୟୀ ନଜିମାଙ୍କୁ ଜମି ମିଳିନଥିଲା। ପରେ ନଜିମା ନିଜର ଟଙ୍କା ଫେରିପାଇବାକୁ ଯୋଗାଯୋଗ କରିଥିଲେ। ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷାର ହୋଇଥିଲା। ଚୁକ୍ତି ଅନୁଯାୟୀ ନଜିମାକୁ ଟଙ୍କା ଫେରସ୍ତ କରାନଯିବାରୁ ସେ ପ୍ରକାଶଙ୍କ ଘର ସମ୍ମୁଖରେ ଧାରଣା ଦେବାକୁ ଯାଇଥିଲେ। ସେଠାରେ ପ୍ରକାଶଙ୍କ ପକ୍ଷରୁ କେତେକ ଅସାମାଜିକ ବ୍ୟକ୍ତି ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏ ସଂପର୍କରେ ନଜିମା ଲାଲବାଗ ଥାନରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମାଲ ରୁଜୁ କରି ତଦନ୍ତ ଚଳାଇ ଆଜି ଅଂଶୁମାନଙ୍କୁ ଗିରଫ କରିଥିଲା।