ନୂଆଦିଲ୍ଲୀ: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଜନ୍ମ ହେବା ପରଠୁ ତେଜସ୍ୱୀ ଯାଦବଙ୍କ ଝିଅ ନାମକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଉ ଆଜି ତେଜସ୍ୱୀ ଟ୍ୱିଟ୍ କରି ଝିଅ ନାମ ସମ୍ବନ୍ଧରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି । ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଖୁବ୍ ଚିନ୍ତା କରିବା ପରେ ନାତୁଣୀ ନାମ ‘କାତ୍ୟାୟନୀ’ ରଖିଛନ୍ତି ବୋଲି ତେଜସ୍ୱୀ କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସୁପୁତ୍ରୀର ଜନ୍ମକୁ ନେଇ ସଭିଙ୍କ ସ୍ନେହ, ଆର୍ଶୀବାଦ ଓ ଶୁଭେଚ୍ଛା ଆମ ଖୁସିକୁ ଆହୁରି ଅନେକ ଗୁଣା ବଢ଼ାଇ ଦେଇଛି । ସେଥିପାଇଁ ହୃଦୟରୁ ସଭିଙ୍କଠାରେ ଧନ୍ୟବାଦ ଓ ଆଭାର ପ୍ରକାଟ କରୁଛି ।