ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଯାଇଛି। ରାଞ୍ଚି ହାଇକୋର୍ଟ ଲାଲୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଅପରରେଶ ସିଂହ ଜାମିନ ଆବେଦନର ଶୁଣାଣି କରିବାକୁ ଯାଇ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ମିଳିଥିବା ସଜାର ଅଧା ଅବଧି ପୁରି ଯାଇଥିବାରୁ ଜାମିନ ଦେଇଛନ୍ତି। ସର୍ତ୍ତ ମୁତାବିକ, କୋର୍ଟର ଆଦେଶ ବିନା ଲାଲୁ ବିଦେଶ ଗସ୍ତ କରିପାରିବେନି କି ନିଜର ଠିକଣା ଓ ମୋବାଇଲ ନମ୍ବର ବଦଳି ପାରିବେନି। ଏଥିସହିତ ୧-୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଏବଂ ୫-୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଳିକାରେ ତାଙ୍କୁ ମୁକ୍ତ କରିବାକୁ ଆଦେଶ ଦିଆଯାଇଛି।