ଦୀର୍ଘଦିନରୁ ରୋଗାଗ୍ରସ୍ତ ଥିବା ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତ୍ୟାରୋପଣ ସିଙ୍ଗାପୁରରେ ହେବ । ଲାଲୁଙ୍କୁ ତାଙ୍କ ଝିଅ ରୋହିଣୀ ଯାଦବ କିଡନୀ ଦାନ କରିବେ । ଏନେଇ ନିଜେ ରୋହିଣୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
୪୦ ବର୍ଷୀୟ ରୋହିଣୀ ଟ୍ୱିଟ୍ କରି କହିଛନ୍ତି ଯେ, ଯେଉଁ ପିତା ମୋତେ ସ୍ୱର ଦେଇଛନ୍ତି ତାଙ୍କ ପାଇଁ ଯଦି ମୁଁ କିଛି କରିପାରିବି ତାହା ମୋ ପାଇଁ ପରମ ସୌଭାଗ୍ୟ ହେବ । ଧରାପୃଷ୍ଠରେ ପିତାମାତା ହିଁ ଭଗବାନ ହୋଇଥାନ୍ତି । ତାଙ୍କ ପୂଜା ଓ ସେବା ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ।