ଲାଲୁ ପ୍ରସାଦ ଯାଦବଙ୍କ ୯ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ବିହାରର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୯ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଯବାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂତ୍ରରୁ ଜଣାପଡ଼ିଛି କି, ସମସ୍ତ ଯବାନ ରାଞ୍ଚି ରିମ୍ସର ନିର୍ଦ୍ଦେଶକଙ୍କ ବଙ୍ଗଳା ବାହାରେ ନିଯୁକ୍ତ ଥିଲେ। ସେଥିପାଇଁ କେହି ବି ପ୍ରତ୍ୟେକ୍ଷ କିମ୍ବା ଅପ୍ରତ୍ୟେକ୍ଷ ଭାବେ ଲାଲୁଙ୍କ ସଂସ୍ପର୍ଶରେ ଆସିନଥିଲେ। ଏଥିସହିତ ସେମାନଙ୍କ ସ୍ଥାନରେ ଏବେ ନୂଆ ପୁଲିସକର୍ମୀଙ୍କୁ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ନିଯୁକ୍ତ ହେବା ପୂର୍ବରୁ ସେମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ମାସରେ ଲାଲୁଙ୍କ କରୋନା ଟେଷ୍ଟ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ତାଙ୍କ ପାଖରେ କୌଣସି ଲକ୍ଷଣ ନଥିଲା। କିନ୍ତୁ ଏହି ଘଟଣା ପରେ ସପ୍ତାହେ ପର୍ଯ୍ୟନ୍ତ ତାଙ୍କ ଉପରେ ବିଶେଷ ନଜର ରଖାଯିବ।