ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ରାଞ୍ଚି ରିମ୍ସରୁ ଦିଲ୍ଲୀ ଏମ୍ସକୁ ଲାଲୁପ୍ରସାଦ ସ୍ଥାନାନ୍ତର

ନୂଆଦିଲ୍ଲୀ: ଚାରା ଘୋଟାଲା ମାମଲାରେ ସଜା କାଟୁଥିବା ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ବିଗୁଡ଼ୁଥିବା ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଞ୍ଚିର ରିମ୍ସ ହସ୍ପିଟାଲରୁ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି। ରିମ୍ସ ମେଡିକାଲ ବୋର୍ଡ ବୈଠକ କରି ଏହି ପଦକ୍ଷେପ ନେଇଛନ୍ତି।

ଲାଲୁଙ୍କୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର ଲାଗି ୮ଜଣ ସଦସ୍ୟଙ୍କ ମେଡିକାଲ ଟିମ୍ ଗଠନ କରାଯାଇଥିଲା। ଏହି ଟିମରେ ୮ଜଣ ଭିନ୍ନ ଭିନ୍ନ ସଦସ୍ୟ ସାମିଲ ଥିଲେ। ମେଡିିକାଲ ବୋର୍ଡର ସହମତି ପରେ ଲାଲୁ ପ୍ରସାଦଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଥିଲା।

ସୂଚନାଯୋଗ୍ୟ, ଏସବୁ ମଧ୍ୟରେ ଲାଲୁଙ୍କୁ ଭେଟିବା ପାଇଁ ପତ୍ନୀ ରାବଡୀ ଦେବୀ ଆଜି ସକାଳୁ ରିମ୍ସ ପହଞ୍ଚିଥିଲେ। ରାବଡୀ ତାଙ୍କ ପୁତ୍ର ତେଜପ୍ରତାପ ଯାଦବ, ତେଜସ୍ୱୀ ଯାଦବ ଓ ଝିଅ ସୀସା ଭାରତୀ ସହ ରାଞ୍ଚିର ରେଡିସନ୍ ବ୍ଲୁ ହୋଟେଲରେ ରହୁଛନ୍ତି।