ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଲାଲୁ

ନୂଆଦିଲ୍ଲୀ,ଏଜେନ୍ସି: ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଯାହା ଫଳରେ ଆଜି ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସର କରୋନାରି କେୟାର ୟୁନିଟ୍ (ସିସିୟୁ)ରେ ଭର୍ତ୍ତି କରାଯାଇଛି। ଗତ ଦୁଇ ଦିନ ହେଲା ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ ଲାଲୁ। ନିମୋନିଆରେ ପୀଡ଼ିତ ଥିବା ଶୁକ୍ରବାର ଜଣାପଡ଼ିଥିଲା। ସେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିଲା। ଏନେଇ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି।