ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ଲାଲସୁ ଲାପକା

କନ୍ଧମାଳ,ଏଜେନ୍ସି: କଳାହାଣ୍ଡି ଏସ୍ପି ତଥା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଓ ସିଆରପିଏଫ କମାଣ୍ଡାଣ୍ଟଙ୍କ ଉପସ୍ଥିତିରେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ଏରିଆ କମିଟିର ସିପିଆଇ ମାଓବାଦୀ ଲାଲସୁ ତଥା ଲକ୍ଷ୍ମଣ ସେଣ୍ଡୁଙ୍କ ଆତ୍ମ ସମର୍ପଣ। ବଂଶଧାରା ଘୁମୁସର, ନାଗାବଳୀ ଡିଭିଜନ ଏରିଆ କମିଟି ସେକ୍ରେଟାରୀ ବିଜିଏନ୍ ଡିଭିଜନରେ ବିଗତ ୨୦୧୧ ଓଡ଼ିଶାରେ ରାଜେଶ ପଣ୍ଡିତ, ଆଇପିଏସ୍, ଡିଆଇଜି ପୁଲିସ୍ କୋରାପୁଟ, ଡ. କମାଣ୍ଡାଣ୍ଟ ସିଆରପିଏଫ ବିପ୍ଲାବ ସର୍କ।ର ଓ କଳାହାଣ୍ଡି ଏସ୍ପି ଶ୍ରବଣ ବିବେକଏମ୍‌ଙ୍କ ଉପସ୍ଥିତିରେ ଏହି ହାର୍ଡ କୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛି।

ଲାଲସୁ ୨୦୦୯ ମସିହାରେ ନିଷିଦ୍ଧ (ସିପିଆଇ) ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ପ୍ରାୟ ଏକ ବର୍ଷ ଧରି ଛତିଶଗଡର ନିଷିଦ୍ଧ ସିପିଆଇ ମାଓବାଦୀଙ୍କ ଗାଙ୍ଗଲୋର ଡାଲାମରେ ରହିବା ପରେ ସେ ୨୦୧୧ ମସିହାରେ ଓଡିଶାର ନିୟମଗିରିକୁ ଆସିଥିଲେ। ସେବେଠାରୁ ସେ ଓଡିଶାରେ ବିଦ୍ରୋହୀ ଭାବରେ କାର୍ଯ୍ୟ କରୁଥିଲେ।

ସେ ୨୦୧୪ରେ କର୍ଲାପାଟରେ ଏରିଆ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ। ପରେ ତାଙ୍କୁ ଏସିଏସ୍ (ଏରିଆ କମିଟି ସଚିବ) ପଦୋନ୍ନତି ଦିଆଯାଇଥିଲା।  ସେ ଏସ୍‌ଏଲ୍‌ଆର୍‌ ବନ୍ଧୁକ ଧରି ମାଓବାଦୀଙ୍କ ଆଦର୍ଶକୁ ପ୍ରୋତ୍ସାହିତ କରୁଥିବା ସକ୍ରିୟ ସଦସ୍ୟ ଅଟନ୍ତି।

ଲାଲସୁ ପୁଲିସରର କାର୍ଯ୍ୟରେ ଅନୁପ୍ରାଣିତ ହୋଇ କିଛି ଦିନ ତଳେ ପୂର୍ବରୁ ଆତ୍ମସମର୍ପଣ କରିଥିବା ଦୁଇଜଣ ମାଓ କ୍ୟାଡ଼ର  ରାମଦାସ ଏବଂ କଲାମ ଦେଇଙ୍କୁ ପୁୁଲିସର ସହଯୋଗରେ ବିବାହ ସମାପନ ହୋଇଥିଲା। କଳାହାଣ୍ଡି ପୁଲିସର ସାହାଯ୍ୟରେ ବିବାହ କରିଥିଲେ। ଯାହାକୁ ନେଇ ନିଜେ ଲକ୍ଷ୍ମଣ ପୁଲିସର ଏଭଳି କାର୍ଯ୍ୟ ଓ ଥଇଥାନ ନୀତିରେ ଅନୁପ୍ରାଣିତ ହୋଇ ସେ ମାଓବାଦୀଙ୍କ ହିଂସାର ଅସାରତାକୁ ଅନୁଭବ କରି ଆତ୍ମସମର୍ପଣ କରିବାକୁ ସ୍ଥିର କଲେ। ସରକାରଙ୍କ ଉତ୍ତମ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଯୋଗୁଁ ଓଡ଼ିଶାର ଅନେକ ମାଓବାଦୀ ଯେଉଁମାନେ ପଡୋଶୀ ଛତିଶଗଡର ମୂଳ ବାସିନ୍ଦା ଅଟନ୍ତି ସେମାନେ ମଧ୍ୟ ବିଭିନ୍ନ ଜିଲ୍ଲାର ଓଡିଶାରେ ଆତ୍ମସମର୍ପଣ କରୁଛନ୍ତି। ହିଂସା ପଥରୁ ଦୂରେଇ ରହିବା ଏବଂ ମୁଖ୍ୟ ସ୍ରୋତରେ ଯୋଗଦେବା ପାଇଁ ଲାଲସୁ ମଧ୍ୟ ଉତ୍ସାହିତ ହୋଇଥିଲେ।