ନୂଆଦିଲ୍ଲୀ: ଲଖିମପୁର ଖୀରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଆଜି କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହୋଇଛନ୍ତି। ଆଶିଷଙ୍କୁ ସକାଳ ୧୧ଟାରେ ପହଂଚିବାର ଥିଲା କିନ୍ତୁ ସେ ପାଖାପାଖି ୨୦ ମିନିଟ୍ ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହୋଇଥିଲେ। କ୍ରାଇମବ୍ରାଞ୍ଚ ଟିମ୍ ଏବେ ଆଶିଷଙ୍କୁ ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ, ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ। ମନ୍ତ୍ରୀ ଗତକାଲି ପୁଅ ଆଶିଷଙ୍କୁ ନିର୍ଦ୍ଦୋଷ ବୋଲି କହିଥିଲେ। ମିଶ୍ରା ଲଖନଊ ଏୟାରପୋର୍ଟରେ ଗଣମାଧ୍ୟମକୁ କହିଥିଲେ ଯେ, ଆମକୁ ଆଇନ ଉପରେ ଭରଷା ଅଛି। ମୋ ପୁଅ ନିର୍ଦ୍ଦେଷ, ତାକୁ ଗୁରୁବାର ନୋଟିସ ମିଳିଛି। କିନ୍ତୁ ଦେହ ଭଲ ନଥିବାରୁ ସେ ଶନିବାର ପୁଲିସ ସାମ୍ନାରେ ହାଜିର ହେବ। ଆଉ ପୁଲିସ ସମ୍ମୁଖରେ ସେ ନିର୍ଦ୍ଦୋଷ ବୋଲି ବୟାନ ସହ ପ୍ରମାଣ ଦେବ।