ଲଖୀମପୁର ହିଂସାକାଣ୍ଡ: ମୃତକଙ୍କ ପରିବାରକୁ ୪୫ଲକ୍ଷ ଦେବେ ଯୋଗୀ ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖୀମପୁର ଖୀରୀରେ ପ୍ରାଣ ହରାଇଥିବା ୪ଜଣ କୃଷକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କାର ସହାୟତା ରାଶି ଓ ସରକାରୀ ଚାକିରି ମିଳିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଅନ୍ୟପଟେ ଆହତଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଏଡୀଜୀ ଲୋ ଏଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି ଯେ, କୃଷକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ ହୋଇଛି। ହାଇକୋର୍ଟର ଅବସରପ୍ରାପ୍ତ ଜଜ୍ ଉକ୍ତ ମାମଲାର ଯାଞ୍ଚ କରିବେ। ସିଆରପୀସୀ ଧାରା ୧୪୪ ଲାଗୁ ହୋଇଥିବାରୁ ରାଜନୈତିକ ଦଳର ନେତାଙ୍କୁ  ଉକ୍ତ ଜିଲ୍ଲାକୁ ଯିବାକୁ ଦିଆଯିବ ନାହିଁ। କିନ୍ତୁ କୃଷକ ସଂଘର ସଦସ୍ୟଙ୍କୁ ଯିବାକୁ ଅନୁମତି ଦିଆଯିବ।