ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନୂଆ ଜାତୀୟ କ୍ରିକେଟ ଆକାଡେମୀ ପ୍ରସ୍ତୁତ କରିବା ପାଇଁ ପାଦେ ଆଗକୁ ବଢ଼ିଛି । ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିବ ଜୟ ଶାହ ବାଙ୍ଗାଲୁରୁରେ ନୂଆ ଜାତୀୟ କ୍ରିକେଟ ଆକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗାଲୁରୁରେ ଏବେ ଏକ ଜାତୀୟ କ୍ରିକେଟ ଆକାଡେମୀ ରହିଛି । କିନ୍ତୁ ଏବେ ଏହାକୁ ଭବ୍ୟ ରୂପ ଦିଆଯାଉଛି । ଏହାର ଫଟୋକୁ ଗାଙ୍ଗୁଲି ଟ୍ୱିଟ୍ କରିଛନ୍ତି ।
ସୂଚନାଯୋଗ୍ୟ, ନୂଆ କ୍ରିକେଟ ଆକାଡେମୀରେ ୪୦ଟି ଅଭ୍ୟାସ ପିଚ୍ ପ୍ରସ୍ତୁତ କରାଯିବ । ଏଠାରେ ୨୦ରୁ ଅଧିକ ଫ୍ଲଡ ଲାଇଟ୍ସ ଲାଗିବ । ଏହାସହ ୨୫୦ ରୁମ୍ ଓ ୧୬ ହଜାର ସ୍କୋୟାର ଫୁଟରେ ଜିମ ପ୍ରସ୍ତୁତ କରାଯିବ । ଏଠାରେ ବ୍ୟାଙ୍କ, ଏଟିଏମ୍ ଓ ସପିଙ୍ଗ ସମେତ ଅନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।