ୟୁଟ୍ୟୁବ ମାଧ୍ୟମରେ ଆଇନସେବା ପ୍ରାଧୀକରଣ ଅଧିନିୟମ ସମ୍ପର୍କିତ ଆଇନ ସଚେତନତା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଅନଲାଇନ୍ ମାଧ୍ୟମରେ ଏକ ଆଇନ ସଚେତନତା ଶିିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ନାୟକ, ତାଲିମପ୍ରାପ୍ତ ପାରା ଲିଗାଲ ସ୍ୱେଚ୍ଛାସେବୀ ଡା. ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି ଅନଲାଇନ ମାଧ୍ୟମରେ ଆଇନସେବା ପ୍ରାଧୀକରଣ ଅଧିନିୟମ ୧୯୮୭ ଲୋକ ଅଦାଲତ, ଲୋକ ଉପଯୋଗୀ ସେବା, ମଧ୍ୟସ୍ଥତା ଓ ନ୍ୟାୟ ସଂଯୋଗ ଭଳି ବିଷୟକୁ ନେଇ ସଚେତନତା ସୃଷ୍ଟି କରିଥିଲେ। ଆଇନସେବା ପ୍ରାଧୀକରଣ କାର୍ଯ୍ୟକ୍ରମ ଯେପରିକି ମାଗଣା ଆଇନ ସେବା, ମଧ୍ୟସ୍ଥତା, ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଓ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ୧୦ଟି ନୂଆ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ୟୁଟ୍ୟୁବ୍ ଜରିଆରେ ସମସ୍ତ ଜନସାଧାରଣ, ପାରା ଲିଗାଲ ସ୍ୱେଚ୍ଛାସେବୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଚିବ ଶ୍ରୀ ନାୟକ ଲିଙ୍କ ସେୟାର କରିଥିଲେ। ଏଥିସହିତ ଅଧିକରୁ ଅଧିକ ଲୋକେ କିପରି ସଚେତନ ହୋଇପାରିବେ ସେଥିନିମନ୍ତେ ହ୍ୱାଟ୍ସଆପ୍ ଓ ଅନଲାଇନ୍ ମାଧ୍ୟମରେ ଏହାର ଲିଙ୍କ ସେୟାର କରାଯାଇଥିଲା।