ଟ୍ରେନରେ ଏକାଥରକେ ୩ ଶିଶୁଙ୍କୁ ଜନ୍ମ ଦେଲେ ମହିଳା ଯାତ୍ରୀ, ମେଡ଼ିକାଲରେ ନବଜାତଙ୍କ ମୃତ୍ୟୁ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ରେଳ ଷ୍ଟେସନରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କ ଟ୍ରେନରେ ଯାତ୍ରା କରୁଥିବା ସମୟରେ ପ୍ରସବ ହୋଇଥିଲା। ଏହି ସମୟରେ ମହିଳା ଜଣଙ୍କ ଏକାଥରକେ ୩ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ ହେଁ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ବେଙ୍ଗାଲୁରୁ-ଗୁହାଟି ଏକ୍ସପ୍ରେସରେ ଜଣେ ଆସାମର ମହିଳା ଯାତ୍ରୀ ଯାତ୍ରା କରୁଥିଲେ । ତେବେ ସେ ଗର୍ଭବତୀ ଥିଲେ। ସେ ଓଡ଼ିଶାର ଭଦ୍ରକ ଷ୍ଟେସନରେ ଟ୍ରେନରେ ଏକାଥରେ ୩ ଶିଶୁପୁତ୍ର ଜନ୍ମ ଦେଇଥିଲେ। ସେଠାରେ ଉକ୍ତ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ରେଳବାଇ ପକ୍ଷରୁ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ସେଠାରେ ଉକ୍ତ ତିନି ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଅନ୍ୟପଟେ ମହିଳା ଯାତ୍ରୀଜଣଙ୍କ ସୁସ୍ଥ ଥିବା ଜଣାଯାଇଛି। ଏହି ଘଟଣା ଏବେ ଭଦ୍ରକ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।