ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ତେବେ ଉକ୍ତ ମହିଳା ମାଓବାଦୀ ଜଣଙ୍କ ହେଉଛନ୍ତି ତୁଳସୀ ଉଲାକା ଓରଫ୍ ସଂଗୀତା। ସେ ଦୀର୍ଘଦିନ ଧରି ଆନ୍ଦ୍ର-ଓଡ଼ିଶା ସୀମାନ୍ତ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଆସିଛନ୍ତି।

ଏଥିସହ ନାରାୟଣପାଟଣା ଅଞ୍ଚଳରେ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସେ ଜଡିତ ଥିବା ଜଣାଯାଇଛି। ଏ ନେଇ ତାଙ୍କ ଉପରେ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା। ଏହି ପରିପ୍ରେକ୍ଷୀରେ ସଂଗୀତା ଆଜି କୋରାପୁଟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।